ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ତିନି ଜଣ ଆକ୍ରାନ୍ତ କେନ୍ଦୁଝର, ଦେବଗଡ ଏବଂ ଝାରସୁଗୁଡାର ବୋଲି ଜାଣିବାକୁ ମିଳିଛି । ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୨୨କୁ ଛୁଇଁଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି ତିନୋଟି ଜିଲ୍ଲାରୁ ପୂର୍ବରୁ କୌଣସି ମାମଲା ନଥିଲା । ଏହା ତିନୋଟି ଜିଲ୍ଲା ପାଇଁ ପ୍ରଥମ ମାମଲା । ଏହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡି ନାହିଁ ।
ରାଜ୍ୟରେ ଲଗାତର ଭାବେ କରୋନା ଭାଇରସ ବଢିବାରେ ଲାଗିଛି । ଆଜି ସକାଳୁ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।