ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବନ୍ଦ ହେବ ୩ଟି ଡିଗ୍ରୀ କଲେଜ । ଗତ ତିନି ବର୍ଷ ହେବ ରାଜ୍ୟରେ ଥିବା ୧୩ ଟି ଡିଗ୍ରୀ କଲେଜରେ ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଉଛନ୍ତି । ଏହାକୁ ନଜରରେ ରଖି ତିନୋଟି ଡିଗ୍ରୀ କଲେଜକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହା ସହ ବାକି ୧୦ଟି କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ ବୋଲି ସୂଚନା ରହିଛି ।
ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର ଓ ସମ୍ବଲପୁର ଜୋନ୍ ରେ ଥିବା ୧୩ଟି କଲେଜରେ ଲଗାତାର ୩ ବର୍ଷ ହେବ ୨୫ ପ୍ରତିଶତରୁ କମ ଛାତ୍ରଛାତ୍ରୀ ମାନେ ଆଡମିଶନ ନେଉଛନ୍ତି । ଆଡମିଶନରେ ସୁଧାର ଆସୁନଥିବାରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହାକୁ ନେଇ ଭୁବନେଶ୍ୱର, ବଲେଶ୍ୱର ଓ ସମ୍ବଳପୁରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମାନଙ୍କୁ ଚିଠି ଲେଖି ଅବଗତ କରାଇଛି ଉଚ୍ଚ ଶିକ୍ଷା ବିଭାଗ ।