ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଥର ପାଇଁ ନିର୍ବାଚିତ ହୋଇ ଆସିବା ପରେ ନିଜ ଶାସନକୁ ଅଧିକ ସ୍ୱଚ୍ଛ କରିବା ପାଇଁ ମୋ ସରକାର ବିଭାଗ ଆରମ୍ଭ କରିଥିଲେ । ଯେଉଁଥିରେ ରାଜ୍ୟ ସରକାରଙ୍କ ଧୀରେ ଧୀରେ କରି ସମସ୍ତ ବିଭାଗକୁ ସାମିଲ କରିବାକୁ ଯାଉଛନ୍ତି । ପ୍ରଥମେ ଗୃହ ବିଭାଗକୁ ସାମିଲ କରାଯିବା ପରେ ପରେ ଅନ୍ୟ ବିଭାଗକୁ ସାମିଲ କରାଯାଇଥିଲା । ତେବେ ଆଜି ପୁଣି ମୋ ସରକାରରେ ସାମିଲ ହେବାକୁ ଯାଉଛି ଆଉ ତିନୋଟି ବିଭାଗ ।
ମୋ ସରକାରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା , ଶକ୍ତି ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୩ ବିଭାଗର ମନ୍ତ୍ରୀଙ୍କର ଉପସ୍ଥିତରେ ଆଜି ସଂନ୍ଧ୍ୟା ୬.୩୦ରେ ଏହି ତିନୋଟି ବିଭାଗ ମୋ ସରକାରରେ ସାମିଲ ହେବ । ଗତ ସୋମବାର ଦିନ ମୋ ସରକାରରେ ୫ଟି ବିଭାଗ ସାମିଲ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୨୨ଟି ବିଭାଗ ସାମିଲ ହୋଇସାରିଛି ।