ପିପିଲି(ଏଟିଆର ବ୍ୟୁରୋ): ବିଭିନ୍ନ ସମୟରେ ବହୁ ଜଙ୍ଗଲ ପାଖରେ ଥିବା ଗାଁ ଗୁଡିଗରେ ହତୀ ଉପପ୍ରଦ ଦେଖିବାକୁ ମିଳିଛି । କେତେ ବେଳେ ହାତୀ ଗାଁ ଭିତରେ ପଶି ଚାଷ ନଷ୍ଟ କଲାଣି ତ ଆଉ କେଉଁଠି ଘର ଭାଙ୍ଗି ଲାଣି । ଏଭଳିକି ଦନ୍ତା ହାବୁଡରେ ପଡି ବହୁ ଲୋକ ମାନଙ୍କର ଜୀବନ ମଧ୍ୟ ଯାଇଛି । ସେହିଭଲି ଏକ ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଘଟଣା ଟି ଘଟିଛି ପୁରୀ ଜିଲ୍ଳା ପିପିଲି ବ୍ଲକରେ । ଗୋଟିଏ ବଣୁଆ ହାତୀ ୩ଜଣ ବ୍ୟକ୍ତିଙ୍କୁ ଦଳି ମାରି ଦେଇଥିବାର ସୂଚନା ମିଳିଛି ।
ସୂଚନା ଅନୁସାରେ ଭୋର ପ୍ରାୟ ୬ଟା ସମୟରେ ଚନ୍ଦ୍ରଦେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ମକର ପଲେଇ ନିଜ ବିଲରେ କାମ କରୁଥିବା ବେଳେ ଦନ୍ତା ହାତୀ ତାଙ୍କୁ ଦଳି ମାରି ଦେଇଥିଲା । ଏହା ପରେ ହାତୀଟି ଭାର୍ଗବୀ ନଦୀ ପାର ହୋଇ ଆରପାରିରେ ପହଞ୍ଚି ତିଲା । ସେଠାରେ ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ଯୁଗଳକିଶୋର ଭଟ୍ଟ ଏବଂ ରାଜତେଇ ଗାଁର ଚୈତନ୍ୟ ସାହୁଙ୍କୁ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତା ହାତୀ ତାଙ୍କୁ ଦଳି ମାରିଦେଇଛି । ଏହାସହ ଦନ୍ତା ହତୀ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇ ପଡିଛନ୍ତି । ସେମାନେ ହେଲେ ଚନ୍ଦ୍ରାଦେଈପୁରର କାଳିନ୍ଦୀ ବେହେରା, ଗୋପୀନାଥପୁରର ହାଡ଼ିବନ୍ଧୁ ସାହୁ ଓ ଜୀବନ ପୃଷ୍ଟି ।