ମାଲକାନଗିରି ( ଏଟିଆର ବ୍ୟୁରୋ): ମାଲାକାନାଗିରି ଶାବେରୀ ନଦୀରେ ଡଙ୍ଗାବୁଡି ୩ ଜଣ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁସାରେ ଗତକାଲି ୩ ଜଣ ବ୍ୟକ୍ତି ଏକ ଦେଶୀ ଡଙ୍ଗାରେ ଶାବେରୀ ନଦୀ ପାର ହେଉଥିବା ବେଳେ ଡଙ୍ଗାଟି ମଝି ନଦୀରେ କୌଣସି କାରଣ ବସତଃ ଓଲଟି ପଡିଥିଲା । ଫଳରେ ୩ ଜଣଯାକ ସମସ୍ତେ ନଦୀରେ ବୁଡି ଯାଇଥିଲେ ।
dନିଖୋଜ ହୋଇଥିବା ୩ ଜଣ ହେଉଛନ୍ତି ପଡ଼ିଆ ବ୍ଲକ୍ ମାଟେରୁ ପଞ୍ଚାୟତର କୁମ୍ଭାରଗୁଡ଼ା ଗାଁର ରାଜା କାବାସୀଙ୍କ ଦୁଇ ଝିଅ ମଲିକା କବସୀ, ଦିନେ କବାସୀ ଓ ଜଣେ ଯୁବକ। ଗତକାଲି ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜା ଖୋଜି କରିଥିଲେ । ମାତ୍ର ଅନ୍ଧାର ହୋଇଯିବାରୁ ଆଉ ଖୋଜିବା ସମ୍ଭବ ହୋଇ ନଥିଲା । ଖବର ମୁତାବକ ଆଜି ସକାଳୁ ସକାଳୁ ପୁଣି ଖୋଜା ଖୋଜି ଆରମ୍ଭ ହୋଇଛି ।