ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ବିଶ୍ୱ କରୋନା ମହାମାରୀ ଦ୍ୱରା ପ୍ରଭାବିତ ହେଉଥିବା ବେଳେ ଆମେରିକାରେ ଏହି ଭୂତାଣୁ ତାର ତାଣ୍ଡବ ରଚିଛି । କିନ୍ତୁ ଏବେ ଏହାର ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଯୋର ଧରିଛି । ସବୁ ଦେଶମାନେ କରୋନା ଟିକା ପ୍ରସ୍ତୁତି ନେଇ କାମ ଆରମ୍ଭରେ ଲାଗିପଡ଼ିଥିବା ବେଳେ କିଛି ଦେଶ ଲୋକଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହୋଇଥିବାର ଜଣାପଡ଼ିଛି ।
ଏଥି ମଧ୍ୟରୁ ଆମେରିକାର ୩ ଜଣ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡ଼ବ୍ଲୁ ବୁଶ କ୍ୟାମେରା ଆଗରେ ଏହି ଟିକା ନେବେ ବୋଲି ରାଜି ହୋଇଛନ୍ତି ।ଏହାର ମୂଳ ଉଦ୍ଦେଶ୍ୟ ହେଇଛି କରୋନା ଭ୍ୟାକ୍ସିନ ପ୍ରତି ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବା ।
୩ ରାଷ୍ଟ୍ରପତିଙ୍କ ମତ ହେଉଛି ଏହାଦ୍ୱାରା ଆମେରିକାବାସୀଙ୍କର କେବଳ ଯେ କରୋନା ଭ୍ୟାକ୍ସିନ ପ୍ରତି ବିଶ୍ୱାସ ବଢିବ ତା ନୁହେଁ ବରଂ କରୋନା ସହ ଲଢିବାକୁ ମଧ୍ୟ ଲୋକଙ୍କ ୁ ସାହସ ହେବ । କରୋନା ଟିକାକୁ ଆମେରିକାର ଫୁଡ଼୍ ଆଣ୍ଡ ଡ଼୍ରଗ ଆଡ଼ମିନଷ୍ଟ୍ରେଶନର ମଞ୍ଜୁରୀ ମିଳିବା ପରେ ବି ଏହାର ପ୍ରଭାବ କିଭଳି ରହିବ ତାହାକୁ ନେଇ ଏବେ ବି ଆମେରିକାବାସୀଙ୍କ ମଧ୍ୟରେ ସନ୍ଦେହ ରହୁଛି । ଓବାମା କହିଛନ୍ତି, ଆମେରିକାର ସଂକ୍ରାମକ ରୋଗ ବିଶେଷଞ୍ଜ ଏନ୍ଥନ ଫାସିଙ୍କ ଉପରେ ମୋର ପୂରା ବିଶ୍ୱାସ ରହିଛି, ସେଥିପାଇଁ ମୁଁ ଏହାକୁ ନେବାକୁ ଯାଉଛି।