ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆରମ୍ଭ ହୋଇଛି ପିଜି ପ୍ରଥମ ଓ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ପାଠପଢା । ଏଥି ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । କୋଭିଡ ଗାଇଡ ଲାଇନ ପାଳନ କରି ଆରମ୍ଭ ହେବ ପାଠପଢା । ଛାତ୍ରଛାତ୍ରୀ ଯେପରି ନିୟମକୁ ଉଲ୍ଲଂଘନ ନ କରିବେ ସେଥିପ୍ରତି ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କ୍ୟାମ୍ପସକୁ ବିଶୋଧନ କରାଯାଇଛି । ସାମାଜିକ ଦୂରତା , ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯାଇଛି ।ଏଥିସହ ରାଜ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଛି । କଲେଜ ପରିସରରେ ଭିଡ ନକରିବା ପାଇଁ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁଆରୀ ୮ ରୁ ଆରମ୍ଭ ହୋଇଥିବା ବେଳେ ଏହା ଏପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ଛାତଛାତ୍ରୀଙ୍କ ପାଠପଢା ଜାନୁଆରୀ ୮ ରୁ ଆରମ୍ଭ ହୋଇ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ । ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜର , ହ୍ୟାଣ୍ଡ ୱାସ ରଖାଯାଇଥିବା ବେଳେ ଥର୍ମାଲ ସ୍କ୍ରିଂନି କରି ପିଲାମାନଙ୍କୁ ସ୍କୁଲ ଭିତରକୁ ଛଡାଯାଉଛି ।
କରୋନା ମହାମାରୀ କାରଣରୁ ଦୀଘ୍ର ଦିନ ଧରି କଲେଜ ବନ୍ଦ ରହିଥିବା ରହିଥିବା ବେଳେ ପରୀକ୍ଷା ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ରାଜ୍ୟରେ କରୋନା କମିବା କାରଣରୁ ଏବେ ଧିରେ ଧିରେ ସବୁ ସ୍କୁଲ କଲେଜ ଖୋଲିବାକୁ ଲାଗିଛି ।