ଶ୍ରୀନଗର(ଏଟିଆର ବ୍ୟୁରୋ): ଜମ୍ମୁ କାଶ୍ମୀରର ସୋପିଆନ ଓ ପୁଲୱାମା ଘଟଣାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟି ୪ ଆତଙ୍କବାଦୀ ପ୍ରାଣ ହରାଇବା ସହ ଏଥିରେ ୪ଜଣ ଯବାନଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍ଜିଦ୍ରେ ଆତ୍ମଗୋପନ କରିଥିବା ଜଣାପଡୁଛି ।
ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକ ଏହି ‘ଏନ୍କାଉଣ୍ଟର୍’ରେ ଆହତ ହୋଇଛନ୍ତି। ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୁରକ୍ଷା ବଳର ଗୁଳି ଚୋଟରେ ନିହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ଉଭୟ ଜିଲ୍ଲାରେ ଇଣ୍ଟର୍ନେଟ୍ ସେବା କାଟି ଦିଆଯାଇଛି।ଦ୍ୱିତୀୟ ଗୁଳି ବିନିମୟ ଶୁକ୍ରବାର ସକାଳେ ପୁଲୱାମା ଜିଲାର ତ୍ରାଲ୍ ଅଂଚଳରେ ଘଟିଛି।