ବଲାଙ୍ଗୀର (ଏଟିଆର ବ୍ୟୁରୋ); ୧୫ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ଓଡିଶାରେ ହେବ ସମ୍ମିଳନୀ । ଏହି ଗସ୍ତକୁ ନେଇ ବଳି ପଡିଛି ୩ ହଜାର ଗଛ । ହେଲିପେଡ ପାଇଁ ବଲାଙ୍ଗୀର ରେଳ ଷ୍ଟେସନ ପଛପଟେ ଲଗାଯାଇଥିବା ବନୀବୀକରଣ ଗଛକୁ କାଟି ସଫା କରାଯାଇଛି । ଏହାକୁ ନେଇ ଚର୍ଚ୍ଚା ହେବା ପରେ ବଲାଙ୍ଗିର ଡିଏଫଓ ସମୀର ଶତପଥୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବଲାଙ୍ଗିର ଜିଲ୍ଲାରେ ବନୀକରଣରେ ୩୦ ହଜାର ଚାରା ରୋପଣ କରାଯାଇଥିଲା । ଏହି ୩୦ ହଜାର ଗଛ ମଧ୍ୟରୁ ରେଳ ଷ୍ଟେସନ ପଛପଟେ ୩୫୦୦ ଗଛ ଲଗା ଯାଇଥିଲା । ଏଥି ମଧ୍ୟରୁ ମୋଦିଙ୍କ ଗସ୍ତ ପାଇଁ ୩ ହଜାର ଗଛ କଟା ଯିବା ପରେ ଚର୍ଚ୍ଚା ଜୋର ଧରିଥିଲା । ଏହି ୩ ହଜାର ଗଛ ମଧ୍ୟରେ ରହିଛି ମୂଲ୍ୟକାଠ । ନିମ୍ବ,ଗମ୍ଭାରୀ,ଶିଶୁ ଏବଂ କରଞ୍ଜ ଭଳି ଗଛ ରହିଛି । ଗଛର ଯତ୍ନ ନେବା ପାଇଁ କର୍ମଚାରୀ ମଧ୍ୟ ନିୟୋଜିତ କରାଯାଇଥିଲା । ଏହି ଗଛ ଗୁଡିକ ବଢ଼ି ୬ରୁ ୮ ଫୁଟ ପର୍ଯ୍ୟନ୍ତ ବଢ଼ି ଯାଇଥିଲା । ତେବେ ଏହି ଗଛ ଲଗାଇବା ପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏବେ ମୋଦିଙ୍କ ଗସ୍ତ ପାଇଁ ଗଛ କଟା ଯିବା ପରେ ଉତ୍ତେଜନା ଦେଖାଦେଇଛି ।