ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ସରକାର ନେଇଥିବା ନିଷ୍ପତିରେ ପୁଣି ପରିବର୍ତ୍ତନ ଆଣଇଛନ୍ତି । ସରକାର ପୂର୍ବରୁ ସୂଚନା ଦେଇଥିଲେ କି ଗତକାଲି ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ । ସବୁ ଗ୍ରୁପ ଏ ଅଫିସର ମାନେ ଅଡଫିସ ଆସିବାକୁ ବାଧ୍ୟତା ମୂଳକ କରାଯାଇଥିଲା । ମାତ୍ର ଗତକାଲି ଯେତେବେଳେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇଲା ପୁଲଣି ସରକାର ଏହାକୁ ବିଚାରକୁ ନେଇ ପରିବର୍ତ୍ତନ ଆଣିଛନ୍ତି ।
ନୂଆ ନିଷ୍ପତ୍ତି ଅନୁସାରେ ସରକାର କ୍ରିଟିକାଲ ବର୍ଗରେ ଚିହ୍ନଟ କରିଥିବା ୧୧ ଟି ବିଭାଗରେ ୩୦ ପ୍ରତିଶତ କର୍ମଚାରୀ ଅଫିସ ଆସିବେ । ଏବଂ ଅନ୍ୟ ବିଭାଗ ଗୁଡିକରେ ମାତ୍ର ୧୦ ପ୍ରତିଶତ କର୍ମଚାରୀ ଅଫିସ ଆସି କାର୍ଯ୍ୟ କରିବେ ବୋଲି ସରକାର ସୂଚନା ଦେଇଛନ୍ତି । ଏନେଇ ସରକାର ନିର୍ଦେଶନାମା ଜାରି କରିଛନ୍ତି । କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗର ସର୍ବାଧିକ ୩୦ ପ୍ରତିଶତ ଅଫିସର ଓ କର୍ମଚାରୀମାନେ ରୋଷ୍ଟର ବେସିସରେ ଅଫିସ୍ ଆସିବେ । ଫିଲଡ ଅଫିସରମାନେ କିଭଳି କାର୍ୟ୍ୟ କରିବେ ତାହା ସମ୍ପୃକ୍ତ ପ୍ରଶାସନିକ ବିଭାଗର ମୁଖ୍ୟ ସ୍ଥିର କରିବେ ।
ଏହି ନିର୍ଦ୍ଦେଶନାମା ଏପ୍ରିଲ ୨୧ରୁ ମେ’ ୩ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆହୁରି ମଧ୍ୟ କଡାକଡି ଭାବେ କୁହାଯାଇଛି ୩୦ ପ୍ରତିଶତରୁ ଅଧିକ ଉପସ୍ଥାନ କେବେ ହେବ ନାହିଁ ।