କଟକ (ଏଟିଆର ବ୍ୟୁରୋ): ଚଳିତବର୍ଷ କୋଭିଡ କଟକଣା ଭିତରେ କଟକରେ ହେବ ଦଶହରା ପୂଜା । ନିରାଡମ୍ବରରେ କରାଯିବ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା । ଏନେଇ ମଣ୍ଡପ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏହାସହିତ ଚଳିତବର୍ଷ କୋଭିଡ ପାଇଁ ସହରରେ କେବଳ ୯ଟି ପୂଜା ମଣ୍ଡପ ବ୍ୟତିତ ଅନ୍ୟ ସମସ୍ତ ମଣ୍ଡପ ଗୁଡିକରେ ୪ ଫୁଟ ଉଚ୍ଚତା ଭିତରେ ମା’ଙ୍କର ମୂର୍ତ୍ତି ପୂଜା ପାଇଁ ଅନୁମତି ରହିଛି ।
ଅନ୍ୟପଟେ ସହରରେ ପୂଜାକୁ ଜଗିବା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାସହିତ ତଦାରଖ ଦାୟିତ୍ୱରେ ରହିବେ ଶହେ ଅଫିସର । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେହିପରି ଏଥରକ ଭସାଣୀ ଉତ୍ସବ ୧୪ ଟି ସ୍ଥାନରେ ହେବାର ଯୋଜନା ରହିଛି ।