ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରତି ବର୍ଷ ପରି ଆଜିଠାରୁ ଆରମ୍ଭ ହୋଇଛି ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ଆଜି ଭୁବନେଶ୍ୱରରେ ସଡକ ସୁରକ୍ଷା ସପ୍ତାହର ଶୁଭାରମ୍ଭ ହୋଇଯାଇଛି । ହୋଇଥିବା ଏକ ସାଧାରଣ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ମନ୍ତ୍ରୀଙ୍କ ସମେତ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଚଳିତ ବର୍ଷର ଟ୍ରାଫିକ ସୁରକ୍ଷା ପାଇଁ ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁଅନ୍ତୁ’ ସୁଖୀ ରୁହନ୍ତୁ । ଏହି ଅବସରରେ ସଚେତନତା ପ୍ରଜ୍ଞାପନ ମେଢ ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ମେଢ ସବୁଆଡେ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଇବ । ସାରା ରାଜ୍ୟରେ ଆଜିଠାରୁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।