ସମ୍ବଲପୁର (ଏଟିଆର ବ୍ୟୁରୋ): ସମ୍ବଲପୁରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପ୍ରତିବାଦରେ ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଦୀର୍ଘ ଦିନ ହେବ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବା ବେଳେ ରଏହାର କୌଣସି ସଫଳତା ମିଳିନଥିଲା । ଏହାକୁ ଆଖିଆଗରେ ରଖି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି ।
ଏହି ବନ୍ଦ ଅବସରରେ ଆଜିଠାରୁ ୩ଦିନ ପାଇଁ ସମସ୍ତ ସରକାରୀ, ବେସରକାରୀ ଅଫିସ ବନ୍ଦ ରହିବା ସହ ବ୍ୟାଙ୍କ ଓ କୋର୍ଟ କଚେରୀ ବନ୍ଦ ରହିବ । କିନ୍ତୁ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ଖୋଲା ରହିବ । ଆନ୍ଦୋଳନକାରୀ ମାନେ କଚେରୀ ଛକ ନିକଟରେ ଧାରଣାରେ ବସିଥିବା ହେତୁ ବିଚାରପତିମାନେ କୋର୍ଟ ପରିଷରକୁ ଯାଇ ନପାରି ଫେରି ଯାଇଛନ୍ତି । ଯଦି ଇତି ମଧ୍ୟରେ ଏହି ଦାବି ପ୍ରତି ଦୃଷ୍ଟି ଦିଆନଯାଏ ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।