ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ।। ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମାର୍ଚ୍ଚ ସୁଦ୍ଧା ଟୀକା ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମାର୍ଚ୍ଚ ଦ୍ୱାତୀୟ ଓ ତୃତୀୟ ସପ୍ତାହରେ ଏହି କାର୍ଯ୍ୟ ଆରମ୍ଭ ହୋଇପାରେ ।
ଏପର୍ଯ୍ୟନ୍ତ ୨୨ ଟି ଦେଶ ଭାରତରୁ କୋଭିଡ ଭ୍ୟାକ୍ସିନ ନେବାକୁ କହିଛନ୍ତି । ଏଥି ମଧ୍ୟରୁ ୧୫ ଟି ଦେଶକୁ କିଛି କିଛି ଭ୍ୟାକ୍ସିନ ପଠାଇ ଦିଆଯାଇଛି । ଦେଶରେ ଏ ପର୍ଯ୍ୟନ୍ତ ୫୨ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆସରିଲାଣି । ଏହି ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ତୃତୀୟ ପର୍ଯ୍ୟାୟ ଟୀକାକରଣ କେବେ ହେବ ଏନେଇ କୈାଣସି ସୂଚନା ମିଳିପାରି ନାହିଁ । କିନ୍ତୁ ମାର୍ଚ୍ଚ ମାସର ଦ୍ୱିତୀୟ, ତୃତୀୟ କିମ୍ବା ୪ର୍ଥ ସପ୍ତାହରୁ ୫୦ ବର୍ଷରୁ ଅଧିକ ବୟସ୍କ ଏବଂ ବହୁବିଧ ରୋଗୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି।ବଜେଟ ଅଧିବେଶନରେ କରୋନା ଟୀକାପାଇଁ ୩୫ ହଜାର ଟଙ୍କାର ବ୍ୟୟ କରାଯାଇଛି ।ଆବଶ୍ୟକ ପଡିଲେ ଏହାକୁ ବୃଦ୍ଧି ମଧ୍ୟ କରାଯିବ ।