କୋରାପୁଟ ( ଏଟିଆର ବ୍ୟୁରୋ): ପୁଣି ବିଶାକ୍ତ ଛତୁ ଖାଇ ୪ ଜଣ ଅସୁସ୍ଥ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି । ଗତକାଲି ରାତିରେ ବିଶାକ୍ତ ଛତୁ ଖାଇ ୪ ଜଣ ଆହାତ ହୋଇଛନ୍ତି । ସୂୂଚନା ଅନୁସାରେ ଗତକାଲି ଛତୁ ଖାଇବା ପରେ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡିଥିଲେ । ଅସୁସ୍ଥ ହୋଇ ପଡିବା ପରେ ସେମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ବି ସେମାନେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି ।
ଅସୁସ୍ଥଙ୍କ ମଧ୍ୟରେ ୩ ଜଣ ମହଳା ଥିବା ବେଳେ ଜଣେ ୫ ବର୍ଷର ଶିଶୁ ରହିଛନ୍ତି । ଏହି ଘଟଣାଟି ଘଟିଛି ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଞ୍ଚୀ ପଂଚାୟତର ଦୁର୍ଗାଭଟା ଗାଁରେ । ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ନଜରକୁ ଆସିଛି । ଏବେ ସାଧାରଣତ ବର୍ଷା ଋତୁ ଚାଲୁଥିବାରୂ ପାଳ ଛତୁ ଘର ଚାଳ ଓ ଖତ ଗଦା ମାନଙ୍କରେ ଫୁଟୁଛି ।
ଯାହାକୁ ସାଧାରଣତ ଗ୍ରାମର ଲୋକମାନେ ଖାୁଥିବା ବିଭିନ୍ନ ଆଡେ ଦେଖିବାକୁ ମିଳୁଛି । ଛତୁ ଗୁଡିକ ଅସୁରକ୍ଷିତ ସ୍ଥାନରେ ହେଉଥିବାରୁ ଲୋକମାନେ ଏହାକୁ ଖାଉ ଥିବାରୁ ଅସୁସ୍ଥ ହୋଇ ପଡୁଥିବା ନଜିର ରହିଛି । ତେବେ ଏହି ଉତୁ କେଉଁଠୁ ଆସିଥିଲା ତାହା ସଠିକ ଜଣା ପଡି ନାହିଁ । ଗତ ରାତିରେ ଛତୁ ଖାଇବା ପରେ ହଠାତ ପିଲାମାନେ ବାନ୍ତି ହୋଇଥିଲା ।