ଛତ୍ରପୁର ( ଏଟିଆର ବ୍ୟୁରୋ): ୭ ବର୍ଷ ତଳେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ରାୟ ହୋଇଛି ଯେଉଁଥିରେ ୪ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସମେତ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଜର୍ଜ । ଏଥିରେ ଦୁଷ୍କର୍ମ କରି ନଥିବା ଜଣେ ଅଟୋଚାଳକଙ୍କୁ ମଧ୍ୟ ଦଣ୍ଡାଦେଶ ହୋଇଛି । ୨୦୧୩ ମସିହାରେ ଅଟୋଚାଳକ ପୁରୁଷୋତ୍ତମ ଜଣେ ବିଧବା ମହିଳାଙ୍କୁ ତାରାତାରିଣୀ ନବାକୁ କହି ସେଠାକୁ ନ ନେଇ ଅନ୍ୟଏକ ସ୍ଥାନକୁ ନେଇ ତାଙ୍କର ଅନ୍ୟ ତିନି ସହଯୋଗୀଙ୍କ ପାଖରେ ଛାଡିଥିଲେ ।
ଯାହାଦ୍ୱାରା ସେଠାରେ ଥିବା ଅନ୍ୟ ତିନିଜଣ ଉକ୍ତ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଅଟୋଚାଳକ ଜଣଙ୍କ ନିଜେ ଦୁଷ୍କର୍ମ କରିନଥିଲେ ମଧ୍ୟ ସେମାନଙ୍କୁ ସହଯୋଗ କରିଥିବାରୂୁ ଅଦାଲତ ଅଟୋଚାଳକଙ୍କୁ ଦଣ୍ଡ ଦେଇଛନ୍ତି । ଛତ୍ରପୁର ଅତିରିକ୍ତ ଜିଲ୍ଲା ଜର୍ଜ ଅଭିଯୁକ୍ତ ୪ ଜଣଙ୍କୁ ଦଣ୍ଡ ସମେତ ଜରିମାନା ନିର୍ଦେଶ ଦେଇଛନ୍ତି ।
ଅଟୋଚାଳକ ସନ୍ତୋଷ ବିଶ୍ୱାଳ ଏବଂ ଅନ୍ୟ ତିନିଜଣ ଅଭିଯୁକ୍ତ ହେଲେ କୃଷ୍ଣ ଚନ୍ଦ୍ର ବେହେରା, ସୁରେନ୍ଦ୍ର କୁମାର ଦାସ, ମନୋଜ କୁମାର ସାହୁ । ପିଡିତ ମହିଳା ଜଣଙ୍କ ଏନେଇ ଭୟରେ ଘଟଣା ଦିନ ଥାନାରେ ଏତଲା ନଦେଇ ୭ ଦିନ ପରେ ଏତଲା ଦେଇଥିଲେ । ପରେ ପୁଲିସ ଏତଲାକୁ ଭିତ୍ତି କରି ୨୦୧୩ ମେ ୭ ତାରିଖରେ ଅଟୋଚାଳକଙ୍କ ସମେତ ବାକି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁ୍କ୍ତ ମାନେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଧମକ ଦେଇଥିଲେ ।