ଭୁବନେଶ୍ୱର ( ଏଟିଆର ବ୍ୟୁରୋ):ମଧୁ ବାବୁ ପେନସନ ଯୋଜନାରେ ପେନସନ ପାଉଥିବା ହିତାଧିକାରୀଙ୍କୁ ଏକକାଳୀନ ମିଳିବ ୪ ମାସର ଭତ୍ତା । ସେପ୍ଟେମ୍ବର ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଏକକାଳୀନ ୪ ମାସର ଭତ୍ତା ପ୍ରଦାନ କରାଯିବ ।
ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା । ସେପ୍ଟେମ୍ବର ମାସରେ ହିଁ ଏହି ଟଙ୍କା ଏକକାଳୀନ ଭାବେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ।