ଡେରାଡୁନ(ଏଟିଆର ବ୍ୟୁରୋ):ପ୍ରାୟ ୭ ବର୍ଷ ପରେ ପୁଣି ଆଉ ଥରେ ଏକ ଭୟଙ୍କର ହିମପ୍ରଳୟ ହୋଇଛି ଉତ୍ତରାଖଣ୍ଡରେ । ଚମୋଲୀ ଜିଲ୍ଲାରେ ଯୋଶୀମଠରେ ବରଫ ଓ ପାହଡ ଧସି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ସୁଦ୍ଧା ୧୪ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ପ୍ରକଳ୍ପ ପ୍ଲାଣ୍ଟରୁ ଆରମ୍ଭ ହୋଇ ଚମୋଲୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଆଜିଠାରୁ ପୁଣିଥରେ ତପୋବନ ସୁଡଙ୍ଗ ନିକଟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାୟ ୧୭୦ ରୁ ଅଧିକ ଲୋକ ନିଖୋଜ ଥିବାର ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ସେନାର ଇଞ୍ଜିନିୟର ମଧ୍ୟ ମୁତୟନ ଅଛନ୍ତି । ଏହା ବ୍ୟତୀତ ସୁଡଙ୍ଗ ମଧ୍ୟରୁ ମୋଟ ୧୫ ଜଣଙ୍କୁ ରେସ୍କ୍ୟୁ କରାଯାଇଛି ।
ସୁଡଙ୍ଗ ମଧ୍ୟକୁ ଆଇଟିବିପି ଏବଂ ଏସଡିଆରଏଫ ଯବାନଙ୍କୁ ଏହି ଟନେଲରେ ଫସିଥିବା ଲୋକଙ୍କୁ କାଢିବାରେ ସଫଳ ହୋଇଥିଲେ । ପୋତି ହୋଇ ରହିଥିବା ଟନେଲ୍ରେ ଫସିଥିବା ଲୋକଙ୍କୁ ଠାବ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା ବୋଲି ଉଦ୍ଧାରକାରୀ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ।
ପ୍ରଳୟରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରେଗ୍ୟ ପାଇଁ କାମନା କରିଛନ୍ତି ।