ଭୂବନେଶ୍ୱର(ଏଟିଆର ବ୍ୟୁରୋ):ମହାପ୍ରଭୁଙ୍କ ଦର୍ଶନ ପାଇଁ ଡ୍ୟୁଟିରେ ଥିବା ସମୟରେ ୪ ଜଣ ସ୍ୱାସ୍ଥ୍ୟକର୍ମାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଗତ ୨୭ ତାରିଖରେ ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଯାହାଫଳରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କରୋନା କଟକଣା ମଧ୍ୟରେ ପୁରୀବାସୀ ଜଗନ୍ନାଥ ଦର୍ଶନ କରୁଥିବାବେଳେ ସେମାନଙ୍କ ସହ କିଛି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଥିବାକୁ ମିଳିଥିଲା । କୋଭିଡ କଟକଣା ଓ ଗାଇଡ ଲାଇନ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ୱାସ୍ଥ୍ୟ କର୍ମଚାରୀ କିଭଳି ପ୍ରବେଶ କଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେହିପରି ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଥିବା ବେଳେ ବାବା ବୈଷ୍ଣବ ନାମକ ଜଣେ ବାବା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।