ଖୋର୍ଦ୍ଧା ( ଏଟିଆର ବ୍ୟୁରୋ): ଲୁଟ କରିବାକୁ ଯୋଜନା କରୁଥିଲେ ମାଡି ବସିଲା ପୋଲିସ । ଏମିତି ଏକ ଚୋର ପୋଲିସ ଖେଳ ଦେଖିବାକୁ ମିଳିଛି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ । ୪ ଲୁଟେରା ଟ୍ରେନରେ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ କରୁଥିବା ବେଳେ ଧରା ପଡିଛନ୍ତି ପୋଲିସ ଜାଲରେ । ଲୁଟେରାଙ୍କ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛି ପୋଲିସ । ଲୁଟେରାଙ୍କ ନିକଟରୁ ଧାରୁଆ ଛୁରି, ଖୁର, ଖେଳନା ବନ୍ଧୁକ, ଲଙ୍କା ଗୁଣ୍ଡ ଓ ୧୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଜିଆରପିଏଫ ପୋଲିସ ଗିରଫ କରିଥିବା ଲୁଟେରାମାନେ ହେଲେ ଜଟଣୀ ମୁଣ୍ଡିଆ ସାହିର ଅଲ୍ଲି, ଏସ୍କେ ଆବିସ୍, କୁଦିଆରୀ ଅଞ୍ଚଳର କୃଷ୍ଣ ସ୍ୱାଇଁ, ହରିରାଜପୁର ଅଞ୍ଚଳର ବିଷ୍ଣୁ ପ୍ରସାଦ ସ୍ୱାଇଁ। ଲୁଟେରାମାନେ ଟ୍ରେନ୍ରେ ଚଢ଼ି ଯାତ୍ରୀମାନଙ୍କୁ ଲୁଟ୍ପାଟ୍ କରିବାର ଯୋଜନା କରୁଥିବା ବେଳେ ମାଡି ବସିଛି ପୋଲିସ । ଏହି ଲୁଟେରା ଗ୍ରୁପକୁ ୭ ନଂ ୍ପ୍ଲାଟଫର୍ମରୁ ଗିରଫ କରାଯାଇଥିବା ଜଣାପଡିଛି ।
ଳୁଟେରା ମାନଙ୍କୁ ପୋଲିସ ଖୁବ ଶିଘ୍ର କୋର୍ଟ ଚାଲାଣ କରିବ । ପୂର୍ବରୁ ଏମାନେ ଆହୁରି ଅନେକ ଲୁଟ ପାତରେ ସଂପୃ୍କ୍ତ ଥିବା ସୂଚନା ମଳିଛି । ଯାତ୍ରୀଙ୍କ ଠାରୁ ଏକ ବଡ ଧରଣର ଲୁଟପାଟ କରିବା ପାଇଁ ଯୋଜନା ସରିଥିଲା । ଦୁଇଟା ଟିମରେ ବିଭକ୍ତ ହୋଇ ଏମାନେ ଯ୍ରେନରେ ଚଢି ଲୁଟ କରିଥାନ୍ତେ ।