କେନ୍ଦ୍ରାପଡା(ଏଟିଆର ବ୍ୟୁରୋ): ଚାରିଆଡେ ବର୍ତ୍ତମାନ କରୋନାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଛି । ଏଭଳି ଗୁଜବ ପ୍ରଚାର କରି ୪ ଜଣ ଯୁବକ ଗିରଫ ହୋଇଛନ୍ତି । କେନ୍ଦ୍ରାପଡା ଟାଉନ ଥାନା ୪ ଜଣ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଛି ବୋଲି ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିଲେ । ଯାହା ଦ୍ୱାରା ସାଧାରଣ ଲୋକେ ଭୟଭିତ ହୋଇଯାଇଥିଲେ । ତେବେ ଗତ ୧୪ ତାରିଖରେ ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ଗୁଜବ ପ୍ରଚାର କରି ଜଣେ ଶିକ୍ଷକଙ୍କୁ ଗିରଫ କରାଯିବ ସହ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣା କଳାହଣ୍ଡି ଜିଲ୍ଲାର ।
ସୂଚନା ଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭାରତରେ କରୋନା ଭାଇରସ ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଉର୍ଦ୍ଧ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।