ଗଞ୍ଜାମ(ଏଟିଆର ବ୍ୟୁରୋ) : ବହୁଦିନର ବ୍ୟବଧାନ ପରେ ପୁଣି ଆତଙ୍କ ମଚାଉଛି ଅଜଣା ଜନ୍ତୁ । କଟକ ନିଆଳି ପରେ ଏବେ ପୁଣି ଅଜଣା ଜନ୍ତୁ ମାତିଛନ୍ତି ଗଞ୍ଜାମ ଜିଳ୍ଲା ଧରାକୋଟ ବ୍ଲକ ବାହାଡାଗୁଡାରେ । ପୂର୍ବରୁ କୌଣସି ଏକ ଅଜଣା ଜିନ୍ତୁ କଟକ ନିଆଳିରେ ଆତଙ୍କ ସୃଷ୍ଟି କରିଥିଲା । ରାତି ଅଧରେ ଶହଶହ ମେଣ୍ଢା ମାରି ତା କଲିଜା ଖାଉଥିବା ଚର୍ଚ୍ଚା ବେଶ ହେଉଥିଲା ।
କିଛି ଦିନର ନିରବତା ପରେ ପୁଣି ସେହି ସମାନ ପ୍ରସଙ୍ଗ, ସମାନ ଚର୍ଚ୍ଚା, ପୁରୁଣା ଭାବନାକୁ ଜିବୀତ କରିଛି । ସୂଚନା ଅନୁସାରେ ଗଞ୍ଜାମ ଧରାକୋଟ ବ୍ଲକ ବାହାହା ଗୁଡାରେ ଏକାଧିକ ଛେଳିଙ୍କର ମୃତ୍ୟୁ ହୋଇଛି । କେହି ଅଜଣା ଜନ୍ତୁ ଛେଳିଙ୍କୁ ଖାଇ ଦେଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଯେଉଁଥି ପାଇଁ ଗ୍ରାମବାସୀ ଆତଙ୍କୀତ ଥିବା ଜଣାପଡିଛି । ଗତ ଚିଛି ଦିନ ମଧ୍ୟରେ ବାହାଡା ଗୁଡା ଗ୍ରାମରେ ୪୦ ଟି ଛେଳିର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଲାଣି ।
ଏହି ଗ୍ରାମର ଗଙ୍ଗା ଗଉଡଙ୍କ ୪୦ ଛେଳିର ମୃତ୍ୟୁ ହୋଇଛି । ଗଙ୍ଗା ଗଉଡ ଛେଳି ମାନଙ୍କୁ ଗୁହାଳରେ ବାନ୍ଧି ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ ଫେରିଲା ଦେଖିଲେ ଯେ ଏକାଥରକେ ୪୦ ଟି ଛେଳି ଗୁହାଳେ ମରି ଶୋଇଛନ୍ତି । ସବୁ ଛେଳି ତଣ୍ଟି ପାଖରେ କାମୁଡା ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାରୁ ଅଜଣା ଜନ୍ତୁ କିଏ ଛେଳି ଗୁଡିକୁ ମାରିଥିବା ଅନୁମାନ କରୁଛନ୍ତି ଗ୍ରାମବାସୀ ।