ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ୧୯ ଟେଷ୍ଟ କିଟ୍ ଭୁବନେଶ୍ୱରରେ ପହଁଚିଛି । ଏହି ଟେଷ୍ଟ କିଟ୍ କୁ ମହାରାଷ୍ଟ୍ର ପୁଣେର ମାଇ ଲାବ୍ରୋଟୋରୀରୁ ଏକ ସ୍ୱତନ କାର୍ଗୋ ବିମାନ ଯୋଗେ ଅଣାଯାଇଛି । ଏହି କିଟ୍ ଦ୍ୱାରା ୪ ହଜାର କୋଭିଡ ୧୯ ଟେଷ୍ଟ କରାଯାଇ ପାରିବ ।
କରୋନାକୁ କୁ ମୁକାବିଲା କରିବା ଲାଗି କୋଭିଡ ୧୯ ଟେଷ୍ଟ କିଟ୍, ପିପିଇ(ପର୍ସନାଲ ପ୍ରୋଟେକ୍ଟ୍ରିଭ ଇକ୍ୟୁପମେଣ୍ଟ), ଭିଟିଏମ ଏବଂ ଆରଏନଏ ଏକ୍ସଟ୍ରାକ୍ସନ କିଟ୍ ରାଜ୍ୟ ଔଷଧ ନିଗମ ଉଦ୍ୟମ ଦ୍ୱାରା ଅଣାଯାଇଛିି ।
ରାଜ୍ୟରେ କରୋନୋ ଆକ୍ରାନ୍ତଙ୍କ ବୃଦ୍ଧିକୁ ଦେଖି ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଣ୍ଟା ଭିଡିବା ସହ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।