ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାତି ପାହିଲେ ଭାରତ େଓଷ୍ଟଇଣ୍ଡିଜ ମୁକାବିଲା । ଏନେଇ ବାରବାଟୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖେଳାଳୀମାନେ ନେଟ ପ୍ରାକ୍ଟିସ ମଧ୍ୟ କରୁଛନ୍ତି । ଏହି ଅବସରରେ ଆଜି ପ୍ରାକ୍ଟିସକୁ ଯିବା ପୂର୍ବରୁ ଭାରତୀୟ ଖେଳାଳୀମାନେ ପୁରା ଓଡିଆ ଘରର ଖାନା ଖାଇଛନ୍ତି । ଚକୁଳି ପିଠା ସାଙ୍ଗକୁ ମଣ୍ଡା ପିଠା ଓ ଘାଣ୍ଟ ତରକାରୀ ଖାଇଛନ୍ତି । ସେହିଭଳି ୱେଷ୍ଟଇଣ୍ଡିଜ ଖେଳାଳୀ ମଧ୍ୟ କିଛି ଓଡିଆ ଖାଦ୍ୟ ଟେଷ୍ଟ କରିଥିବା ସୂଚନା ମିଳିଛି
। ସେହିଭଳି ଗତକାଲି ମ୍ୟାଚ ସରିବା ପରେ ବଜୟ ଟିମ ପାଇଁ କେକ ମଧ୍ୟ ପ୍ରସ୍ତୁତି ସରିଛି । ଯେଉଁ ଦଳ ବିଜୟ କରିବ ସେମାନେ କେକ କାଟି ଖୁସି ମନାଇବେ ।
ସୂଚନାଯୋଗ୍ୟ ଗତକାଲି ମ୍ୟାଚପାଇଁ ଆଡଭାଇଜରୀ ଜାରି ହୋଇ ସାରିଛି । ଆଡଭାଇଜରୀ ରେ ଗ୍ୟାଲେରୀ ନଂ ସହ ଗେଟ୍ ନଂ ବିଷୟରେ ସୂଚନା ଦିଆଯାଇଛି । ଯେପରିକି ନୂଆ ଏବଂ ପୁରୁଣା ପାଭିଲିୟନ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ୧ ନଂ ଗେଟ୍ । ୧ ନଂ ଗ୍ୟାଲେରୀ ପାଇଁ ୯ ନଂ ଗେଟ୍, ୨ ନଂ ଗ୍ୟାଲେରୀ ପାଇଁ ୧୦ ନଂ ଗେଟ୍, ୩ ନଂ ଗ୍ୟାଲେରୀ ପାଇଁ ୧୨ ନଂ ଗେଟ୍, ୪ ନଂ ଗ୍ୟାଲେରୀ ପାଇଁ ୧୩ ନମ୍ବର ଗେଟ୍,୫ ନଂ ଗ୍ୟାଲେରୀ ପାଇଁ ୨ ନଂ ଗେଟ୍, ୬ ନଂ ଗ୍ୟାଲେରୀ ପାଇଁ ଗେଟ୍ ନଂ ୪,ସ୍ପେଶାଲ ଏନକ୍ଲୋଜର ପାଇଁ ୩ ନଂ ଗେଟ୍, ସ୍ପେଶାଲ ଏନକ୍ଲୋଜର ବ୍ଲକ ବି ପାଇଁ ୫ ନଂ ଗେଟ୍, ୬ ନଂ ଗ୍ୟାଲେରୀ ପାଇଁ ୪ ନଂ ଗେଟ୍ ଏବଂ ଟିଭି କ୍ରିଉ ମେମ୍ବର ୭ ନଂ ଗେଟ୍ ଦେଇ ଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତିତ ଯଦି କୌଣସି ବ୍ୟକ୍ତି ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ହେଲ୍ପ ଡେକ୍ସର ସାହାରା ନେଇ ପାରିବେ ।