କୋରାପୁଟ(ଏଟିଆର ବ୍ୟୁରୋ): ଏହି କିଛି ଦିନ ହେବ ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ଓ ନକଲି ଡାକ୍ତର ମାନେ ଧରା ପଡୁଛନ୍ତି । କେଉଁଠି ନକଲି ପ୍ରମାଣ ପତ୍ର ଦେଖାଇ ବର୍ଷ ବର୍ଷ ଧରି କିଏ ଡାକ୍ତର ସାଜିଛି ତ ଆଉ କିଏ ସରକାରୀ ଶିକ୍ଷକ । ତେବେ ବର୍ତ୍ତମାନ ପ୍ରମାଣ ପତ୍ର ଯାଞ୍ଚ କଲା ବେଳେ ଧରି ଧିରେ ସବୁ କଥା ପଦାରେ ପଡୁଛି । କୋରାପୁଟ ଜିଲ୍ଲାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ୪ ଜଣ ବ୍ୟକ୍ତି ଶିକ୍ଷକ ଭାବେ ଚାକିରି କରିଥିବା ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁସାର କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅଞ୍ଚଳରେ ବହୁ ଦିନ ହେବ ୨ ଜଣ ବ୍ୟକ୍ତି ବିଭିନ୍ନ ସ୍କୁଲରେ ଶିକ୍ଷକ ଭାବେ ଚାକିରି କରୁଥିଲେ । ତେବେ ବର୍ତ୍ତମାନ ଶିକ୍ଷକ ହେବା ପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଅଛି କି ନାହିଁ ତାହା ଯାଞ୍ଚ କଲା ବେଳେ ଏମାନେ ଧରାପଡିଛନ୍ତି । ଏହି ବ୍ୟକ୍ତି ମାନେ ନକଲି ଶିକ୍ଷାଗତ ଯୋଗ୍ୟତା ଦେଖାଇ ଶିକ୍ଷକ ଭାବେ ଚାକିରି କରୁଥିଲେ । ତେବେ କୋଟପାଡ ବ୍ଲକର ଶିକ୍ଷା ଅଧିକାରି ୨ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଦଶମନ୍ତପୁର ବ୍ଲକରେ ଦୁଇ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । ଏମାନଙ୍କ ପାଖରେ ମଧ୍ୟ ଉପଯୁକ୍ତ ଶିକ୍ଷା ଗତ ପ୍ରମାଣ ପତ୍ର ନଥିଲା । ଏହି ୨ ଜଣ ଶିକ୍ଷକ ଧରାପଡିବା ପରେ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।