ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା କାଲି ରହିଛି ଶେଷ ପର୍ଯ୍ୟାୟ ମତଦଦାନ । କାଲି ମତଦାନ ପାଇଁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ବର୍ତ୍ତମାନ ୪୮ ଘଣ୍ଟା ନିରବ ଅବଧି ଲାଗୁ ହୋଇଛି । ଏହି ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ ଟି ରାଜ୍ୟରେ ୭୨ ଟି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିଭଳି ଓଡିଶାରେ ମୋଟ ୬ ଟି ଲୋକସଭା ଆସନ ସହିତ ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ରାଜ୍ୟର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା , ଜଗତସିଂହପୁର ଲୋକସଭା ଆସନ ପାଇଁ ମତଦାନ ହେବ ।
ତେବେ ଏହି ସବୁ ଲୋକସଭା ମଧ୍ୟରେ ଥିବା ବିଧାନସଭା ପାଇଁ ମଧ୍ୟ ମତଦାନ ହେବ । ଏଥିପାଇଁ ସବୁ ବୁଥକୁ ପୋଲିଂ କର୍ମଚାରୀଙ୍କ ସମେତ ଇଭିଏମ ମେସିନ ମଧ୍ୟ ପହଞ୍ଚି ସାରିଲାଣି । ଏହି ପର୍ଯ୍ୟାୟରେ ଓଡିଶାରେ ୬ ,ମହାରାଷ୍ଟ୍ର ୧୭, ଝାରଖଣ୍ଡ ୩, ମଧ୍ୟ ପ୍ରଦେଶ ୬, ପଶ୍ଚିମବଙ୍ଗ ୮ , ଉତ୍ତରପ୍ରଦେଶ ୧୩, ରାଜସ୍ଥାନ ୧୩ ଟି ଲୋକସଭା ଆସନ ପାଇଁ ଭୋଟ ହେବ ।
ସେହିଭଳି ଜଜଗତସିହପୁରରେ ନିର୍ବାଚନ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ ୪ ଟି ବିଧାନସଭା ଆସନ ପାଇଁ ୧ ହଜାର ୪୭ ଟି ବୁଥ କରାଯାଇଛି । ସେହିଭଳି ୯୫ ଳକ୍ଷ ୧୪ ହଜାର ୮୩୩ ଭୋଟର ରାଜ୍ୟର ଏହି ୬ ଟି ଲୋକସଭା ଆସନ ଓ ୪୨ ଟି ବିଧାନସଭା ଆସନ ପାଇଁ ମତଦାନ କରିବେ । କାଲି ରାଜ୍ୟରେ ୫୨ ଜଣ ଲୋକସଭା ପ୍ରାର୍ଥୀ, ୩୮୮ ଜଣ ବିଧାନସଭା ପ୍ରାର୍ଥୀଙ୍କର ରହିଛି ଭାଗ୍ୟ ପରୀକ୍ଷା ।