ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଆଉ ଜଣେ ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛି । ରାଜଧାନୀଠାରୁ ଆରମ୍ଭ କରି ଜିଲ୍ଲା ସ୍ତରପର୍ଯ୍ୟନ୍ତ ସମସ୍ତଙ୍କର ନମୁନା ସଂଗ୍ରହ ପ୍ରକ୍ରିିୟା ଆରମ୍ଭ ହୋଇଛି । ୪ବର୍ଷର ଶିଶୁ କନ୍ୟାର ରିପେଟ ପଜିଟିଭ ଆସିବା ନେଇ ରାଜଧାନୀରେ ପୁଣି ଭୟ ବଢିଛି ।
ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ମୋଟ ୧୮୧ ଜଣ ବ୍ରିଟେନରୁ ଫେରିଥିଲେ ।ଏଥିରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ବ୍ରିଟେନରୁ ଫେରିଥିବା ବେଳେ ଭୁବନେଶ୍ୱରକୁ ୨୧ ରୁ ଅଧିକ ଲୋକ ଫେରିଛନ୍ତି ।
ଶିଶୁ କନ୍ୟା ବାପା ମାଙ୍କ ସହ ଗତ ୨୦ ତାରିଖରେ ରାଜଧାନୀକୁ ଫେରିଥିଲେ । ୨୧ ତାରିଖରେ ପରିବାର ଲୋକଙ୍କ ସହ ଝିଅର ମଧ୍ୟ ପରୀକ୍ଷା କରାଯାଇଥିଲା । ଶିଶୁ କନ୍ୟାଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାପା ମାଙ୍କ ରିପୋର୍ଟ ନେଗେଟିଭ ରହିଛି । ଦ୍ୱିତୀୟ ଥର ପାଇଁ ବାପା ମା ଦୁହିଙ୍କର ଆରଟି ପିସିଆର ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
ରାଜଧାନୀରେ ସର୍ବାଧିକ ଲୋକ ବ୍ରିଟେନ୍ ଫେରନ୍ତା ରହିଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଯଦି ପୁନର୍ବାର ସଂକ୍ରମଣ ବ୍ୟାପେ ତେବେ ପୁଣିଥରେ ଲକଡାଉନ ଓ ସଟଡାଉନ ଫେରିବ ବୋଲି ଚିନ୍ତାରେ ଅଛନ୍ତି ରାଜଧାନୀବାସୀ ।