ବଣାଇ (ଏଟିଆର ବ୍ୟୁରୋ): ବାରମ୍ବାର ସଚେତନା ଜାରି କରିବା ପରେ ବି ଲୋକେ ଖଜୁରୀ ତାଡି ପିଇବା ଛାଡୁ ନାହାନ୍ତି । ଫଳରେ ଏହି ଖଜୁରୀ ତାଡି ପାଇଁ କିଏ ଗୁରୁତର ହେଉଛି ତ ପୁଣି କିଏ ମୃତ୍ୟୁ ବରଣ କରୁଛି । ଏବେ ପୁଣି ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ସାତକୁଟା ଗାଁରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର କିଛି ବ୍ୟକ୍ତି ଖଜୁରୀ ତାଡି ପିଇବା ପରେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଚିକିତ୍ସା କରିବା ଲାଗି ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ପରେ ସେମାନଙ୍କର ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ରାଉରକେଲା ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ଗତକାଲି ସାତକୁଟା ଗାଁର କିଛି ବ୍ୟକ୍ତି ଖଜୁରୀ ତାଡି ପିଇଥିଲେ ଏବଂ ସେମାନଙ୍କ ମଧ୍ୟରେ ଜଣେ ଛାତ୍ର ଥିବାର ଜାଣିବାକୁ ମିଳିଛି । ଏହି ଖଜୁରୀ ତାଡି ପିଇ ସାରିବାର କିଛି ସମୟ ମଧ୍ୟରେ ଏକକାଳୀନ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ଦେଖି ପରିବାର ଲୋକ ଭୟବିତ ହୋଇପଡିବା ସହ ଚିକିତ୍ସା କରିବା ଲାଗି ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଏବେ ସେମାନଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇ ପଡିଛି ।