ପୁରୀ (ଏଟିଆର ବ୍ୟୁରୋ): ଅଧା ରହିଗଲା ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ । ମହୋଦଧିରେ ହୋଇପାରିଲା ନାହିଁ ନିଜ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ । ଅଧବାଟରେ ଚାଲିଗଲା ଅସ୍ଥି ବିସର୍ଜନ ଲାଗି ଆସିଥିବା ପରିବାରର ୫ ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜଗନ୍ନାଥ ସଡକ ସୁକଳ ଭାଇଲପୁର ନିକଟରେ ।
ଆଜି ସକାଳୁ ଗଞ୍ଜାମ ଇଚ୍ଛାପୁର ନିକଟବର୍ତ୍ତି ଗ୍ରାମର ଏକ ପରିବାର ତାଙ୍କ ପିତାଙ୍କ ଅସ୍ଥି ବିସର୍ଜନ କରିବା ଲାଗି ଏକ ବୋଲେରୋରେ ପୁରୀ ମହୋଦଧି ଅଭିମୁଖେ ଯାତ୍ରା କରିଥିଲେ । ମାତ୍ର ପୁରୀଠାରୁ ଅଳ୍ପ ଦୂରତ୍ୱରେ ବୋଲୋରୋଟି ଭାରସାମ୍ୟ ହରାଇ ଏକ ବିଲକୁ ଓଲଟିପଡିଥିଲା । ଫଳରେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଚନ୍ଦନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।