ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଭିତରକନିକ ଅଞ୍ଚଳରୁ ପ୍ରବାହିତ ନଦୀରୁ ୫ ପ୍ରକାରର ଡଲଫିନ ଚିହ୍ନଟ ହୋଇଛନ୍ତି । ଚିଲିକାରେ କେବଳ ଇରାଓ୍ୱାଡି ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଥିବା ବେଳେ ଭିତରକନିକାରେ ଇରାଓ୍ୱାଡି. ବଟଲନୋଜ, ହମ୍ପବ୍ୟାକ୍, ପାନଟ୍ରୋପିସିଆଲ, ଫିନଲେସ ପରିପଏସ ପ୍ରଜାତିର ଡଲଫିନ ଅଛନ୍ତି ।
୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତ କ୍ରମେ ପୁରୀ, ବାଲେଶ୍ୱର , ଭଦ୍ରକ ଓ ବାରିପଦାରେ ଡଲଫିନ ଗଣନା କରାଯାଉଛି । ୨୦୧୫ ମସିହାରେ ଭିତରକନିକାରେ ୫ପ୍ରଜାତିର ୨୭୦ଟି ଡଲଫିନ ଦେଖିବାକୁ ମିଳିଥିଲା ।ଭିତରକନିକାରେ ୨୭୦ ଓି ଡଲଫିନ ଚିହ୍ନଟ ହୋଇଥିଲା । ପ୍ରବାହିତ ବିଭିନ୍ନ ନଦୀର ଜଳକ୍ରୀଡା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।