ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାତ୍ୟା ୟଶ ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ବାତ୍ୟା ୟଶ ପାରାଦ୍ୱୀପ-ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି । ସେହିପରି ପ୍ରଭାବିତ ୫ ଟି ଜିଲ୍ଲାର ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।
ଏହି ୫ ବରିଷ୍ଠ ଆଇଏଏସ ଅଫିସରଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବ , ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱି ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅଫିସରମାନେ ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ ।