ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ରାତିରେ ପୁଣି ରାଜ୍ୟ ପାଇଁ ଗୋଟେ ଖୁସି ଖବର ଆସିଛି । ରାଜ୍ୟରେ ପୁଣି ୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଗତକାଲି ରାତିରେ ସୂଳଚୀନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁରସାରେ ସୁସ୍ଥ ହୋଇଥିବା ୫ ଜଣ ଭୁବନେଶ୍ୱରର ବୋଲି ଜଣା ପଡିଛି ।
ତେବେ ଏହି ୫ ଜଣଙ୍କୁ ମିଶାଇଲେ ରାଜରେ କରୋନା କବଳରୁ ୧୮ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୩ ଟି ପର୍ଯ୍ୟାୟରେ ୧୩ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଗତକାଲି ଆଉ ୫ ଜଣ ସୁସ୍ଥ ହୋଇଛନ୍ତି । ଗତକାଲି ଭୁବନେଶ୍ୱର ବମିଖାଲରେ ଜଣେ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ରେ ପହଞ୍ଚିଥିଲା । ଏବେ ୩୬ ଜଣଙ୍କ ଠାରେ କରୋନା ସଂକ୍ରିୟ ରହିଛି ।