ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୁଣି ସ୍ମାର୍ଟ ସିଟିରେ ବେଧଡକ ଚାଲିଛି ନିଶ କାରବାର । ରାଜଧାନୀର ଏଠି ସେଠି ସବୁଠି ମଳୁଛି ଚୋରା ମାଦକ ଦ୍ରବ୍ୟ । ଅର୍ଥ ମାୟାରେ ବାୟା ହୋଇ ମୋହରା ବନୁଛନ୍ତି ଶିକ୍ଷିତ ଯୁବକ । ଆଉ ଅଧିକ ଟଙ୍କାର ଲୋଭ ଦେଖାଇ ମୋହରା ବନାଇବାରେ ଧଲାଲ ଓସ୍ତାଦ । ସ୍ମାର୍ଟ ସିଟି ଭୁବନେଶ୍ୱର ଦିନକୁ ଦିନ ନିଶା ସାମ୍ରାଜ୍ୟର ରାଜଧାନୀ ପାଲଟିବାର ଲାଗିଛି । ଦିନକୁ ଦିନ ଭୁବନେଶ୍ୱରକୁ ସବୁଜ ଜହର ଓ ମାଟିଆ ଜହର କବଳିତ କରିବାରେ ଲାଗିଛି ।
ଭୁବନେଶ୍ୱରରେ ବଡବଡ କଲେ ଜ ରହିଥିବାରୁ ନିଶା ବ୍ୟବସାୟୀ ମାନେ ନିଶାର ହାଟ ଭଳି ଏଠାରେ ଆଡ୍ଡା ଜମାଇଲେଣି । ଗତକାଲି ଅବକାରୀ ବିଭାଗ ଖଣ୍ଡଗିରି କୋଳଥିଆରୁ ଏକ ଭଡା ଘରୁ ୫ କ୍ୱିଣ୍ଟାଲ ଜବତ କରିବା ସହିତ ଜଣକୁ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଅବକାରୀ ବିଭାଗ ଏକ ବିସ୍ୱସ୍ତ ସୂତ୍ରରୁ ଏନେଇ ପ୍ରଥମେ ଖବର ପାଇଥିଲା ।
ଖବରକୁ ଭିତ୍ତି କରରି ଅବକାରୀ ବିଭାଗର ଏକ ଟିମ ଗତକାଲି ରାତିରେ କୋଳଥିଆରେ ଥିବା ସେହି ଭଡା ଘର ଉପରେ ଚଢାଉ କରିଥିଲା ଯେଉଁର୍ଠାରୁ ଅବକାରୀ ବିଭାଗ ଏକ କାଳୀନ ସେଠାରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ଗିରଫ ହୋଇଥିବା ଯୁବକର ନାମ ସୁବଳ ସାମନ୍ତ ରାୟ ବୋଲି ଜଣା ପଡିଛି । ସେ ମାଲକାନ ଗିରିରୁ ଗଞ୍ଜେଇ ଆଣି ଦିଲ୍ଲୀ ଓ ମୁମ୍ବାଇ ଚାଲାଣ କରୁଥିବା ଜଣା ପଡିିଛି ।