ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ସରକାରରେ ଆଜି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ରାଜ୍ୟରେ କିଛି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି ସରକାର । ଏହି ଅବସରରେ ପାଞ୍ଚ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି ।
ଆଇଏଏସ୍ ଅଧିକାରୀ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂତନ ଦାୟିତ୍ବ ଦିଆଯାଇଛି। ସେହିଭଳି ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସତ୍ୟବ୍ରତ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ସଚିବ ଓ ଉଊଇ ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଏବଂ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତି ମିଳିଛି।