ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ସେପ୍ଟେମ୍ବର ୧ରୁ ନୂତନ ସଡକ ନିୟମ ଲାଗୁ ହୋଇଛି । ବିଗତ ୮ଦିନ ଭିତରେ ନୂଆ ନିୟମକୁ ନେଇ ବହୁ ବିବାଦ ଉପୁଜି ସାରିଲାଣି । କେତେ ବେଳେ ଅଟୋ ଚାଳକଙ୍କ ଠାରୁ ୪୭ହଜାର ୫୦୦ ଟଙ୍କା ଫାଇନ ତ କେତେ ବେଳେ ବିନା ହେଲମେଟ ପିନ୍ଧି ଯାଉଥିବା ପୋଲିସଙ୍କୁ ଦେଖିବାର ମିଳିଛି । ତେବେ କାଲି ରାଜମହଳ ଛକରେ ଜନସାଧାରଣ ଆଉ ପୋଲିସଙ୍କ ଭିତରେ ଖଣ୍ଡଯୁନ୍ଧ ଦେଖିବାକୁ ମିଳିଥିଲା । ଏହାକୁ ଆୟତରେ ଅଣିବା ପାଇଁ ପୋଲିସ ଲାଠି ଚାଳନ କରିଥିଲା । ଏହି ଖଣ୍ଡଯୁନ୍ଧର ମୂଳ କାରଣ ଥିଲା ପୋଲିସ ନିଜ ଗାଡିର କାଗଜ ପତ୍ର ଜନସାଧାରଣଙ୍କୁ ଦେଖାଇ ପାରିନଥିଲେ । ଆଉ ଏକ ଅଭିଯୋଗ ହୋଇଥିଲା କି ଭିଆପି,ନେତା ଓ ମନ୍ତ୍ରୀ ମାନଙ୍କ ଗାଡିକୁ ପୋଲିସ ଛାଡି ଦେଉଛିି ।
କିନ୍ତୁ ଆଜି ଫାଇନ ଦେବାରୁ ବାଦ ପଡି ନାହାନ୍ତି ବିଧାୟକ । ସେ ବିଧାୟକ ଆଉ କେହି ନୁହେ ଖୋଦ ରାଜଧାନୀ ଭୁବନେଶ୍ୱର ମଧ୍ୟମ ମଣ୍ଡଳର ବିଧାୟକ ଅନନ୍ତ ନାରାୟଣ ଜେନା । ସୂଚନା ଅନୁସାରେ ଲୋକଙ୍କୁ ସଚେତନାର କରାଇବା ପାଇଁ ବିଧାୟକ ଏଜି ଛକ ନିକଟରେ ଚକେଲେଟ ଓ ଲିଫଲେଟ୍ ବାଣ୍ଟିବାକୁ ଆସିଥିଲେ । ଏହି ସମୟରେ ତାଙ୍କ ଡ୍ରାଇଭର ବେଆଇନ ଭାବେ ପାର୍କିଂ କରିଥିଲେ । ଏହା ପରେ ବିଧାୟକ ନିଜ ଦୋଷ ମାନି ୫୦୦ଟଙ୍କା ଜୋରିମାନା ଦେଇଥିଲେ ।