ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସ୍ମାର୍ଟ ସିଟିରେ ଭଡାରେ ମିଳିବ ସ୍ମାର୍ଟ ସାଇକେଲ । ରାଜଧାନୀ ଭୁବନେଶ୍ୱରରେ ସ୍ମାର୍ଟ ବସ ସେବା ପରେ ପରେ ଏବେ ସ୍ମାର୍ଟ ସାଇକେଲ ସେବା ପ୍ରଦାନ କରାଯିବ । ଏଣିକି ଆପଣ ନିଜ ଆବଶ୍ୟକତା ଅନୁଯାୟୀ ସ୍ମାର୍ଟ ସାଇକେଲକୁ ଭଡାରେ ନେଇ ନିଜ କାମ ତୁଲାଇପାରିବେ । ସେହିପରି ନିଜ କାମ ସରିଗଲେ ସାଇକେଲଟିକୁ ଆପଣ ପୁଣି ଫେରାଇପାରିବେ । ଏଥିପାଇଁ ରାଜଧାନୀକୁ ପ୍ରଥମ ପର୍ଯ୍ୟାୟରେ ୫୦୦ଟି ସ୍ମାର୍ଟ ସାଇକେଲ ଆସିଛି ।
ଏହି ସ୍ମାର୍ଟ ସାଇକେଲରେ ରହିଛି ସ୍ମାର୍ଟ ବେଲ , ସ୍ମାର୍ଟ ଲକିଂ ଓ ଜିପିଆରଏସ ଟ୍ରାକିଂ । ଏହି ସାଇକେଲ ଆପଣଙ୍କୁ ଭୁବନେଶ୍ୱରର ବିଭିନ୍ନ ଛକ ଓ ବସଷ୍ଟପରେ ଭଡାରେ ଦିଆଯିବ । ତେବେ ସବୁଠାରୁ ବଡ କଥା ହେଉଛି ଆପଣ ସାଇକେଲ କୁ ଭଡାରେ ନେଇ ବିଳମ୍ବିତ ରାତି ହେଲେ ଆପଣ ଏହାକୁ ନିଜ ଘରେ ନେଇ ରଖିପାରିବେ । ତେବେ ପୁଣି ସକାଳେ ସାଇକେଲକୁ ଫେରାଇ୍ଦେବେ ।
ଏହି ସୁବିଧା ବହୁତ କମ ଖର୍ଚ୍ଚ ମଧ୍ୟରେ ଆପଣ ପାଇପାରିବେ । ୟୁଲୁ ଆପ୍ସ ମାଧ୍ୟମରେ ବ୍ୟବହାର ହେବାକୁ ଥିବା ଏହି ସାଇକେଲ୍ର ପରିଚାଳନା ଦାୟିତ୍ୱ ନେଇଛି ପ୍ଲେ ବୁକ୍ ସଂସ୍ଥା। ସେପଟେ ଏବେଯାଏଁ ମାତ୍ର ୫୦୦ ଟି ସ୍ମାର୍ଟ ସାଇକେଲ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆହୁରୀ ୫୦୦ଟି ସାଇକେଲ ଆସିବା ନେଇ ଯୋଜନା ରହିଛି ।
ତେବେ ସ୍ମାର୍ଟ ସାଇକେଲକୁ ସାଧାରଣ ଲୋକେ କିପରି ଉପଯୋଗ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ପୂର୍ବରୁ ରାହାଗିରୀ ଉପଲେକ୍ଷ ବହୁ ସ।ଇକେଲ ଅଣାଯାଇଥିଲା । ଏବେ ସେଗୁଡିକର ଅବସ୍ଥା କହିଲେ ନସରେ । ତେବେ ସ୍ମାର୍ଟ ସାଇକେଲକୁ ରାଜଧାନୀରେ କେତେ ବ୍ୟବହାର କରାଯାଉଛିି ତାହା ସମୟ କହିବ ।