ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧର ୫୦ ତମ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଦୀପ ପ୍ରଜ୍ୱଳନ କରିଛନ୍ତି ।ଶହୀଦ ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରତି ବର୍ଷ ଡିସେମ୍ବର ୧୬ ତାରିଖରେ ଭାରତ ବିଜୟ ଦିବସ ଭାବେ ପାଳନ କରିଥାଏ । ଏହି ଅବସରରେ ଅନେକ ଗୁଡିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହି ଯୁଦ୍ଧରେ ଭାରତ ଓ ପାକିସ୍ତାନ ଉପରେ ବିଜୟ ହାସଲ କରିବା ସହ ବାଂଲାଦେଶ ସୃଷ୍ଟି କରାଯାଇଥିଲା ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯୭୧ ଭାରତ ପାକ ଯୁଦ୍ଧକୁ ୫୦ ବର୍ଷ ପୁରିବା ଅବସରରେ ସୁବର୍ଣ୍ଣ ବିଜୟ ବର୍ଷ ପାଇଁ ଏକ ଲୋଗୋ ନିର୍ମାଣ କରିଥିଲେ । ତିନି ସେନାର ମୁଖ୍ୟମାନେ ସହିଦମାନଙ୍କୁ ପୁଷ୍ପ ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସ୍ୱର୍ଣ୍ଣିମ ବିଜୟ” ମଶାଲରେ ଅଗ୍ନି ସଂଯୋଗ କରିଥିଲେ । ଏବଂ ଏହି ଅଗ୍ନି ରୁ ଚାରୋଟି ବିଜୟ ମଶାଲ ପ୍ରଜ୍ୱଳିତ କରାଯାଇଛି ।
ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଯୁଦ୍ଧରେ ପ୍ରାୟ ୩,୯୦୦ ଭାରତୀୟ ସୈନିକ ମଧ୍ୟ ଶହୀଦ ହୋଇଥିଲେ ।