କେନ୍ଦ୍ରାପଡା(ଏଟିଆର ବ୍ୟୁରୋ):କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗସ୍ତରେ ମୁଖ୍ୟ ଶାସନ ସଚିବ ଭି.କେ ପାଣ୍ଡିଆନ । ଆଖଡାଶାହୀ କ୍ଷେତ୍ର ନଦୀଭିତ୍ତିକ ବନ୍ଦର ସ୍ଥାପନ କରିଛନ୍ତି ୫ଟି ସଚିବ । ଏହାପରେ ସେ ପାରାଦ୍ୱୀପ ଯାଇ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ସମୀକ୍ଷା କରିଛନ୍ତି ।
୫ ଟି ସଚିବ ପାଣ୍ଡିଆନଙ୍କ ସମେତ ପରିବହନ କମିସନର ମନୋଜ ମିଶ୍ର ,ଜଗତସିଂହପୁର , କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାଏ ଉପସ୍ଥିତ ରହିଥିବାର ଜଣାପଡିଛି । ପ୍ରସ୍ତାବିତ ବନ୍ଦର ଲାଗି ବନ୍ଦର , ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ପୂର୍ବରୁ ରାଜ୍ୟ ସାକାରଙ୍କ ସହ ଏମ.ଓ.ୟୁ ସ୍ୱାକ୍ଷର କରିଛନ୍ତି ।
ଏହି ପ୍ରସ୍ତାବିତ ବନ୍ଦର ମହାନଦୀ ସଂଲଗ୍ନ ୩୦୦ ଏକର ଅଞ୍ଚଳରେ ପ୍ରତିଷ୍ଠା ଯୋଜନା ରହିଛି । ୪୦୬୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।