ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଫୋକସରେ ଏକାମ୍ରକ୍ଷେତ୍ର । ଜୋରସୋରରେ ଚାଲିିଛି ଏକାମ୍ର କ୍ଷେତ୍ରର ବିିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଆଜି ସକାଳୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।
ଆସନ୍ତା ମହାଶିବରାତ୍ରୀ ପୂର୍ବରୁ ଲିଙ୍ଗରାଜ ମନ୍ଦିରର ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଛି । ଏନେଇ ଏବେ ଯାଏଁ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ହୋଇସାରିଛି । ସେଥିପାଇଁ କାମ କିଭଳି ଚାଲିଛି ତାହା ତଦାରଖ ପାଇଁ ପହଁଚିଥିଲେ ୫ଟି ସଚିବ ।
ଲିଙ୍ଗରାଜ ମନ୍ଦିର ପରିଦର୍ଶନ ସମୟରେ ୫ଟି ସଚିବଙ୍କ ସହ ବିଭାଗୀୟ ସଚିବ କ୍ରିଷନ କୁମାର ଏବଂ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହିଥିଲେ ।