ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ରାଜ୍ୟ ସରକାର ଜୋରଦାର ଲଢେଇ ଆରମ୍ଭ କରିଛନ୍ତି । ଏହି ସ୍ଥିତିରେ କରୋନା ରୋଗୀଙ୍କୁ ନୂତନ କୋଭିଡ୧୯ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେହିଅନୁଯାୟୀ କରୋନା ଆକ୍ରାନ୍ତ ରୋଗୀ କଟକସ୍ଥିତ ଅଶ୍ୱିନୀ କୋଭିଡ୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହାସହିତ ଯଦି କୌଣସି ବ୍ୟକ୍ତିଙ୍କର କୋଭିଡ୧୯ ସଂକ୍ରମିତ ଲକ୍ଷଣ ପରିଲିକ୍ଷିତ ହେଉଛି ସେମାନଙ୍କୁ ବି ଅଶ୍ୱିନୀ ହସ୍ପିଟାଲର ସ୍ୱତନ୍ତ୍ର କରୋନା ୱାର୍ଡରେ ଚିକିତ୍ସା କରାଯିବ । ସେମାନଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ପ୍ରକୃତରେ କଟକ ବଡ ମେଡିକାଲରେ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଥିବାରୁ ଏବେ ସେହି ସ୍ଥାନରେ କୋଭିଡ୧୯ ରୋଗୀଙ୍କୁ ଚିକିତ୍ସା କରିବା ବିପଦପୂର୍ଣ୍ଣ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।