ଭୋପାଳ(ଏଟିଆର ବ୍ୟୁରୋ):ଭୋପାଳରେ ରହୁଥିବା ୬ ବର୍ଷର ଶିଶୁ ବରେଣ୍ୟମ ଶର୍ମା ନିଜର ପ୍ରତିଭା ଦେଖାଇଛନ୍ତି ।ବରେଣ୍ୟ ପ୍ରତିଦିନ ୫ କିଲୋମିଟର ରୁ ଅଧିକ ଦୈାଡ଼ୁଛନ୍ତି । ଲକଡ଼ାଉନ ସମୟରେ ବରେଣ୍ୟ ଦୈାଡିବା ଆରମ୍ଭ କରିଥିଲେ ।ବରେଣ୍ୟ ତାଙ୍କ ବାପା , ମାଆ ଓ ଜେଜେବାପାଙ୍କ ସହ ପ୍ରତିଦିଦ ମର୍ଣ୍ଣିଙ୍ଗ ୱାକରେ ଯାଉଥିଲେ ।
ତାଙ୍କ ଜେଜେବାପା ତାଙ୍କୁ ପରାମର୍ଶ ଦେଇଥିଲେ କି ଦୈାଡ଼ିଲେ ଦେହ ସୁସ୍ଥ ରହିବା ସହ କୈାଣସି ରୋଗ ହୋଇ ନଥାଏ । ସେହିଦିନ ଠାରୁ ବରେଣ୍ୟ ପ୍ରତିଦିନ ୩ କିଲୋମିଟର ଦୈାଡିବା ଆରମ୍ଭ କରିଦେଇଥିଲେ । ଧୀରେ ଧୀରେ ସେ ନିଜର ଦୈାଡିବା କ୍ଷମତା ବୃଦ୍ଧି କରି ବର୍ତ୍ତମାନ ସେ ଦୈନିକ ୫ ରୁ ୭ କିଲୋମିଟର ପର୍ଯ୍ୟନ୍ତ ଦୈାଡ଼ୁଛନ୍ତି ।
ବରେଣ୍ୟଙ୍କ ବାପା ତାଙ୍କ ପୁଅର ଏଭଳିଳ ଦୈାଡ଼ିବା ଦେଖି ଭିଡ଼ିଓ କରିଥିଲେଏବଂ ସେ ଅନୁଭବ କଲେ ଯେ ସେ କୈାଣସି ସାଧାରଣ ଶିଶୁ ଭଳି ଦୈାଡ଼ୁ ନାହିଁ ବରଂ ଜଣେ ଧାବକ ଭଳି ହାଲିଆ ନ ହୋଇ ଦୌଡୁଛି । ଏହାପରେ ସେ ଏକ ଭିଡିଓ ରେକର୍ଡ ପାଇଁ ପଠାଇଥିଲେ ଯାହା ସିଲେକ୍ଟ ହୋଇଥିଲା। ଦୈନିକ ୫ ରୁ ୭ କିମି ଦୌଡୁଥିବା କମ ବୟସ ଶିଶୁମାନଙ୍କ ମଧ୍ୟରେ ବରେଣ୍ୟମ ରେକର୍ଡ କଲେ।
ବାପା-ମା ଓ ଜେଜେବାପା ବରେଣ୍ୟମକୁ ନେଇ ଗର୍ଭ ଅନୁଭବ କରୁଛନ୍ତି । କଲୋନୀ ଲୋକ ମଧ୍ୟ ତାଙ୍କୁ ପ୍ରତିଦିନ ଦୌଡୁଥିବା ଦେଖି ବହୁତ ଖୁସି ହୁଅନ୍ତି ଏବଂ ନିଜେ ମଧ୍ୟ ଦୌଡିବାକୁ ଯାଆନ୍ତି। ବରେଣ୍ୟମ ବର୍ତ୍ତମାନ ନ୍ୟାସନାଲ ଲେଭଲ ରନିଙ୍ଗ ପାଇଁ ପ୍ରସ୍ତୁତି କରୁଛନ୍ତି