ବ୍ରହ୍ମପୁର(ଏଟିଆର ବ୍ୟୁରୋ): ସିଏଏକୁ ନେଇ ବର୍ତ୍ତମାନ ସାରା ଦେଶରେ ବ୍ୟାପକ ହିଂସା ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ହିଂସା ଉତ୍ତର-ପୂର୍ବଞ୍ଜଳରେ ଦେଖା ଯାଇଛି । ତେବେ ଏହି ହିଂସା ଭିତରେ ୬୫ ଜଣ ଏନସିସି କ୍ୟାଡେଟ ଫସି ରହିଛନ୍ତି । ଆସାମର ଗୌହାଟୀରେ ବ୍ରହ୍ମପୁରସ୍ଥିତ ଦ୍ୱିତୀୟ ଓଡିଶା ବାଟାଲିଅନର ୬୫ ଜଣ ଏନସିସି କ୍ୟାଡେଟ ଫସି ରହିଛନ୍ତି । ଏହି କ୍ୟାଡେଟ ମାନେ ସିଲଂ ଠାରେ ହେବାକୁ ଥିବା ନଦର୍ଣ୍ଣ ଇଷ୍ଟର୍ଣ୍ଣ ରିଜନ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଯାଇଥିଲେ । ଏହି ଟ୍ରେନିଂ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାର ଥିଲା । ତେଣୁ କ୍ୟାଡେଟ ମାନେ ୯ ତାରିଖରୁ ବ୍ରହ୍ମପୁର ଷ୍ଟେସନରୁ ଟ୍ରେନରୁ ବାହାରି ୧୧ ତାରିଖରେ ଗୌହାଟୀରେ ପହଞ୍ଚିଥିଲେ ।
ତେତେ ସିଏଏକୁ ନେଇ ଗୌହାଟୀରେ ବହୁ ଯାଗାରେ ପୋଡା ଜଲା ଓ ଛାତ୍ର ହିଂସା ପାଇଁ ସେଠାରେ କର୍ଫ୍ୟୁ ଲାଗିଥିଲା । ଏହା ସହ ଟ୍ରେନ ଗୁଡିକୁ ବାତିଲ କରାଯାଇଥିଲା । ତେଣୁ ଏନସିସି କ୍ୟାଡେଟ ମାନେ ଗୌହାଟୀରୁ ଆଉ ସିଲିଂ ଯାଇପାରି ନଥିଲେ । ତେବେ ସମସ୍ତ ଛାତ୍ର ମାନଙ୍କୁ ନିକଟସ୍ଥ ଏକ ଆର୍ମି ଟ୍ରାନଜିଟ୍ କ୍ୟାମ୍ପକୁ ପଠାଯାଇଥିଲା । ଗତ ୧୪ ତାରିଖରେ ସମସ୍ତ ଛାତ୍ରମାନଙ୍କୁ ପ୍ରି-ଆରଡିସି କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା । ଆସନ୍ତା କାଲି ଛାତ୍ରମାନଙ୍କ ଫେରିବା ପାଇଁ ଟିକେଟ ରିଜର୍ଭେସନ କରାଯାଇଥିଲା । ହେଲେ ଆସନ୍ତା କାଲି ଗୌହାଟୀରୁ ସମସ୍ତ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଚିଫ ଅପରେଟଂ ଅଫିସର ଗୋପାଳ ମିଶ୍ରଙ୍କ ସୂଚନା ଅନୁସାରେ ସମସ୍ତ ଛାତ୍ର ସୁରକ୍ଷିତ ଅଛନ୍ତି ଏବଂ ଖୁବଶୀଘ୍ର ଛାତ୍ର ମାନଙ୍କୁ ଓଡିଶାକୁ ଅଣାଯିବ ବୋଲି ସେ କହିଛନ୍ତି ।