ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆଉ ଏକ କରୋନା ରୋଗୀ ଓଡିଶାରୁ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଏହା ରାଜ୍ୟର ଷଷ୍ଠ କରୋନା ପଜିଟିଭ୍ କେସ୍ । ଏହି ରୋଗୀଙ୍କ ଘର କଟକ ଜିଲ୍ଲାର । ଏହାସହିତ ତାଙ୍କର ଭ୍ରମଣ ଇତିହାସରୁ ଜାଣିବାକୁ ମିଳିଛି କି ସେ ଦିଲ୍ଲୀରୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି ।
6th COVID positive case of the State detected in Cuttack with recent travel history to Delhi.
— H & FW Dept Odisha (@HFWOdisha) April 3, 2020
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଗତ ଏପ୍ରିଲ ୧ ତାରିଖରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଦୁଇ ଦିନ ମଧ୍ୟ ପୁଣି ଜଣେ କରୋନ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।