ସମ୍ବଲପୁର(ଏଟିଆର ବ୍ୟୁରୋ):ଦିନକୁ ଦିନ କୋରୋନା ସଂକ୍ରମଣର ସ୍ଥିତି ଅସମ୍ଭାଳ ହେଉଛିା ରାଜ୍ୟର ଗଞ୍ଜାମ,ଖୋର୍ଦ୍ଧା,ଭୁବନେଶ୍ୱର ଓ କଟକ ପରେ ଏବେ ସମ୍ବଲପୁର ସହରରେ ଗୋଷ୍ଠି ସଂକ୍ରମଣର ଆଶଂକା ବଢୁଛି। ତେଣୁ ଏହି ପରିପ୍ରେକ୍ଷିରେ ସମ୍ବଲପୁର ସହରରେ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଲାଗୁ ରହିବ। କୋରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।
ତେବେ ୧୪୪ଧାରା ଜାରି ହୋଇଥିବା ସମ୍ବଲରୁରର ସ୍ଥାନ ଗୁଡିକ ହେଲା ଖେତରାଜପୁରର କଡାମାଲ, ଖେତରାଜପୁରର କଲ୍ୟାଣୀ ରେସିଡେନ୍ସି , ମୋଦି ପଡାର ଦେଉଳବନ୍ଧ, ଖ୍ରୀଷ୍ଚିଆନ ପଡା, ବୁଢାରଜାର ଶାନ୍ତି ନଗର, ପେନସନପଡା ଓ ଦୁର୍ଗାପାଲିର ତଳି ପଡା। ଏହି ୭ଟି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଅଞ୍ଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ କରିବା ପାଇଁ ମନା କରାଯାଇଛି। କେତେକ କଟକଣା ମଧ୍ୟ ଜାରି କରାଯାଇଛି। ଯଦି କେହି କଟକଣା ନମାନନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢୁଥିବା ଦେଖି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ତେବେ ଏହା ସହିତ ସ୍ୱାଧିନତା ତନ୍ତ୍ର ଦିବସକୁ କୋଭିଡ-୧୯ର ନିୟମାବଳାକୁ ମାନି ପାଳନ କରାଯିବ ଜିଲ୍ଲା ପ୍ରଶାସନ କହିଛନ୍ତି।