ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କିଛି ଦିନ ହେବ କରୋନା କଟକଣା ହ୍ରାସ ପାଇଥିବା ବେଳେ ପୁଣି ଥରେ କରୋନାର ନୂଆ ଷ୍ଟେନ ବଢିବାରେ ଲାଗିଛି ।୫ଟି ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଛନ୍ତି ଓଡିଶା ସରକାର ।୫ ଟି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର,କେରଳ,ତାମିଲନାଡୁ,ଛତିଶଗଡ,ଓ ମଧ୍ୟପ୍ରଦେଶ ରୁ ଫେରୁଥିବା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କିଂନି ସହ ରାପିଡ୍ ଆଣ୍ଟିଜେନ୍ କିଟ ପରୀକ୍ଷା କରିବା ପାଇଁ କୁହାଯାଇଛି ।
ତେଣୁ ରାଜ୍ୟ ସରକାର ଏହି ୫ ଟି ରାଜ୍ୟ ଫେରନ୍ତାଙ୍କ ପାଇଁ ୭ ଦିନ ବାଧ୍ୟାମଳୂ୍କ ଗୃହ ପୃଥକ ବାସ ଲାଗୁ କରିଛନ୍ତି । କିନ୍ତୁ ଯଦି କୋଭିଡ ରିପୋର୍ଟ ନେଗେଟିଗ ଥାଏ ତେବେ ଗୃହ ପୃଥକ ବାସ ଜରୁରୀ ନୁହେଁ ବୋଲି କୁହଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ , ମ୍ୟୁନିଦିପାଲଟି କମିଶନରଙ୍କୁ ଜିଠି ଲେଖି ନିର୍ଦ୍ଧେଶ ଦିଆଯାଇଛି ।
ପୂର୍ବରୁ ରାଜ୍ୟ ସରକାର ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ର ଫେରନ୍ତାଙ୍କୁ ନେଇ ଚିନ୍ତାରେ ଥିଲେ । ପୁର୍ବରୁ ୧୨ ଟି ରାଜ୍ୟରୁ ଫେରିଥିବା ଲୋକଙ୍କ ଉପରେ ଦୃଷ୍ଟି ରଖିବା ପାଇଁ କୁହାଯାଇଥିଲା ।
ଆର୍ଟି-ପିସିଆର୍ ନମୁନା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ କୋଭିଡ୍ ଚିକିତ୍ସା ପ୍ରୋଟୋକଲ୍ ଅନୁସାରେ ଚିକିତ୍ସା କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।