ଜାକର୍ଡା (ଏଟିଆର ବ୍ୟୁରୋ):ଇଣ୍ଡୋନେସିଆର ସୁଲାୱେସିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସେଲରେ ଏହି ଭୂମିକମ୍ପର ତୀବ୍ରତା ୬.୨ ରହିଥିଲା । ଭୂ କମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାଟି ତଳେ ଚାପି ହୋଇ ବହୁ ଲୋକଙ୍କ ନିଖୋଜ ହୋଇଯାଇଥିବାର ଅନୁମାନ କରାଯାଉଛି । ଏବଂ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ଭୂକମ୍ପ ଯୋଗୁଁ ଅନେକ କୋଠାଘର ଭାଙ୍ଗିଯିବାର ଦେଖିବାକୁ ମିଳୁଥିବା ବେଳେ ଅଧିକାାଂଶ ଲୋକ ଭୟଭୀତ ହୋଇ ନିରାପଦା ସ୍ଥାନକୁ ପଳାଇଥିଲେ । ଭୂକମ୍ପର କେନ୍ଦ୍ର ସ୍ଥଳୀ ଥିଲା ସହରଠାରୁ ୬ କିଲୋମିଟର ଦୂରରେ ଏକ ସ୍ଥାନ । ଭୂଗର୍ଭର୧୦ କିଲୋମିଟର୍ ଆଭ୍ୟନ୍ତରରେ ଏହା ସଂଘଠିତ ହୋଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ତଥା ରାତି ୧ଟା ବେଳେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।ଭୂକମ୍ପରେ ୬୦ ରୁ ଅଧିକ ଘର ମାଟିରେ ମିଶି ଯାଇଛି । ସେହିପରି ମାମୁଜୁରେ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।