ପୁରୀ (ଏଟିଆର ବ୍ୟୁରୋ ) ; ପୁରୀ ସହରରେ ଚହଳ । ଚର୍ଚ୍ଚାରେ ଖପୁରୀ ଭର୍ତ୍ତି ବସ୍ତା । ହସ୍ପିଟାଲ ପଛରେ ପଡିରହିଛି ୭ ରୁ ଅଧିକ ଖପୁରୀ । ଯାହାକୁ ନେଇ ଏବେ ପୁରୀ ସହରରେ ସୃଷ୍ଠି ହୋଇଛି ଚାଞ୍ଚଲ୍ୟ । ସନ୍ଦେହରେ ପୋଲିସ ଓ ଜନସାଧାରଣ । କିଏ ଓ କାହିଁକି ଡାକ୍ତରଖାନା ପଛପଟେ ୭ ରୁ ଅଧିକ ମଣିଷ ଖପୁରି ଥିବା ବାସ୍ତା ପକାଇଛି ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ସୁଚନାଯୋଗ୍ୟ, ପୁରୀ ସହରରେ ଥିବା କମଳା ହସ୍ପିଟାଲର ପଛପଟେ ୭ ରୁ ଅଧିକ ମଣିଷ ଖପୁରୀ ମିଳିଛି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ୭ ରୁ ଅଧିକ ମଣିଷ ଖପୁରୀ ମିଳିବାରୁ ପୋଲିସ ସନ୍ଦେହ ଅନେକ ଦିଗ ଅଡକୁ ଗତି କରିଛି । ସହରରେ ଏକ ପ୍ରକାର ଭୟ ସୃଷ୍ଟି କରିବା ଲାଗି ଏପରି କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି । ଅନ୍ୟପଟେ ଗୁଣିଗାରେଡି ଉପରେ ମଧ୍ୟ ପୋଲିସ ର ସନ୍ଦେହ ରହିଛି । ଆଖପାଖ ଅଞ୍ଚଳରେ ଗୁଣିଗାରେଡିରେ ସଂପୃକ୍ତ ସୂଚନା କିମ୍ବା ବ୍ୟକ୍ତି ସମ୍ବନ୍ଧରେ ଜାଣିବାକୁ ପୋଲିସ ଖୋଳତାଡ କରୁଛି । ଏହାସହ ଏପରି କାର୍ଯ୍ୟ କୌଣସି ଖପୁରୀ ଚାଲାଣକାରୀ ମାନଙ୍କର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ ମଧ୍ୟ କରୁଛି ।