ଭୁବନେଶ୍ୱର(ଏଟିଆର ବ୍ୟୁରୋ):କେନ୍ଦ୍ର ଟିକା ଦେଉନଥିବା କାରଣରୁ ରାଜ୍ୟରେ ଟିକାର ଅଭାବ ଦେଖାଦେବାରେ ଲାଗିଲାଣି ।ଯଦି ଆସନ୍ତା ୨ ଦିନ ମଧ୍ୟରେ ଟିକାନଆସେ ତେବେ ଟିକାକରଣରେ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ରାଜ୍ୟ ପକ୍ଷରୁ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖି ଅବଗତ କରାଯାଇଛି । କିନ୍ତୁ କେନ୍ଦ୍ର କେବେ ଟିକା ନେବ ତାହା କୈାଣସି ସ୍ପଷ୍ଟ କରିନାହିଁ । ଗତକାଲି ୨ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା ହେଲେ ଟିକା ନଥିବା କାରଣରୁ ୧ଲକ୍ଷ୧୦ହଜାର ଡୋଜ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟ ପାଖରେ ୫ଲକ୍ଷ ୩୪ ହଜାର କୋଭିଡ ଟିକା ମହଜୁଦ ରହିଛି ।ଦୁଇ ଦିନ ମଧ୍ୟରେ ଏହି ଟିକା ସରିଯିବ । ୯ତାରିଖ ସୁଦ୍ଧା ଅଧିକ ଟିକା ନପହଞ୍ଚିଲେ ରାଜ୍ୟରେ କୋଭିଡ ଟିକାକରଣରେ ବାଧାପ୍ରାପ୍ତ ହେବ ।ଟିକାକରଣ ଅଭାବରୁ ୭୦୦ଟି କେନ୍ଦ୍ରକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛୁ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।