ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପାଳନ ହେଉଛି ୭୨ତମ ସ୍ୱାଧୀନତା ଦିବସ । ଦେଶବ୍ୟାପି ଉତ୍ସବର ମାହୋଲ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲାକିଲା ଠାରେ ସାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ସମ୍ବୋଧିତ କରିଛନ୍ତି । ଅନ୍ୟପଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଗାନ୍ଧୀମାର୍ଗ ଠାରେ ପତକା ଉତ୍ତୋଳନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଶାନ୍ତି, ମୈତ୍ରୀ ଓ ଏକତାର ପଥରେ ଆଗକୁ ବଢିବା ର ଭାଷଣ ଦେଇଛନ୍ତି । ଓଡିଶା ଆଗକୁ ବଢୁଛି ଆହୁରି ଆଗକୁ ବଢିବା ଆମର ଲକ୍ଷ । ମହିଳା, ଚାଷୀ ଓ ଯୁବକଙ୍କ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି । ସବୁଠାରୁ ଗର୍ବର ବିଷୟ ହେଲା ନଭେମ୍ବର ମାସରେ ବିଶ୍ୱ କବ୍ ହକି ଅନୁଷ୍ଠିତ ହେବାକୁ ଯାଉଛି ।ଏହା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ୭୦ ଲକ୍ଷ ପରିବାର ଉପକୃତ ହେବେ ।
ଅନ୍ୟପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲା ଠାରେ ପତକା ଉତ୍ତୋଳନ କରି ସାରିବା ପରେ ଅନେକ ଗରୁତ୍ୱପୂର୍ଣ୍ଣ ଭାଷଣ ଦେବା ସହ ବଡ ଘୋଷଣା କରିଛନ୍ତି । ଏହି ଘୋଷଣାରେ ରହିଛି ଆୟୁଷ୍ମାନ ଭାରତ ଯୋଜନା । ଏହା ସେପ୍ଟେମ୍ବର ୨୫ ରୁ ଲାଗୁ ହେବ । ଏହାସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ଏହି ଯୋଜନାରେ ୧୦ କୋଟି ପରିବାର ସୁବିଧା ପାଇପାରିବେ । ପ୍ରତ୍ୟେକ ପରିପାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା । କରିଥିଲେ । ସେନାରେ ମହିଳାଙ୍କୁ ମିଳିବ ସମାନ ଅଧିକାର ।
–