ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଆଜି ପ୍ରତିଷ୍ଠା ଦିବସ । ୭୬ ବର୍ଷରେ ପର୍ଦାପଣ କରିଛି ଭୁବନେଶ୍ୱର । ସମୟ ସହ ତାଳ ଦେଇ ଅଗ୍ରସର କରି ଚାଲିଛି ଭୁବନେଶ୍ୱର । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିକାଶ ପଥରେ ଆଗେଇ ଚାଲିଛି । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନଂ ସ୍ମାର୍ଟ ସିଟିର ମାନ୍ୟତା ହାସଲ କରିଛି ରାଜଧାନୀ ଭୁବନେଶ୍ୱର ।
୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ସ୍ୱୀକୃତି । ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ । ପ୍ରସିଦ୍ଧ ଜର୍ମାନ ସ୍ଥପତି ଓଟୋ କନିଗ୍ସବର୍ଗର ରାଜଧାନୀ ଭୁବନେଶ୍ୱରର ନକ୍ସା ପ୍ରସ୍ତୁତ କରିଥିଲେ ।
ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସଭା ଭବନ, କମିଶନରେଟ ବିଲ୍ଡିଂ ଏବଂ ସମସ୍ତ ରାସ୍ତାଘାଟ ରଙ୍ଗୀନ ଆଲୋକମାଳରେ ଝଲସି ଉଠୁଛି ।